Subtotal: 0

Descriptions
What is a DigiLocker used for?
DigiLocker ties into Digital India's vision areas of providing citizens a secure document access platform on a public cloud. Targeted at the idea of paperless governance, DigiLocker is a platform for issuance and verification of documents & certificates in a digital way, thus eliminating the use of physical documents.
ବର୍ତ୍ତମାନ ସବୁ କାମରେ ଡକ୍ୟୁମେଣ୍ଟସ ଆବଶ୍ୟକ ପଡୁଛି। ଏହି ଡକ୍ୟୁମେଣ୍ଟସକୁ ସାଥିରେ ଧରି ବୁଲିବା ଦ୍ୱାରା ବହୁତ ସମସ୍ୟା ହୋଇଥାଏ। ଯଦି ଏହି ଡକ୍ୟୁମେଣ୍ଟସରୁ ଗୋଟିଏ କେଉଁଠି ହଜିଯାଏ ତାହେଲେ ଚିନ୍ତା ଅଧିକ ବଢ଼ିଯାଏ। କାହିଁକିନା ଏହି ଡକ୍ୟୁମେଣ୍ଟ ବିନା ଆପଣ ବ୍ୟାଙ୍କ ଠାରୁ ନେଇ ଘର ପଯ୍ୟର୍ନ୍ତ କୌଣସି କାମ ବି କରିପାରିବେନାହିଁ।
ଏଥିପାଇଁ ଏହିସବୁ ଡକ୍ୟୁମେଣ୍ଟ ସୁରକ୍ଷିତ ରହିବା ବେଶ୍ ଜରୁରୀ। ତେଣୁ ଡିଜିଲକର ଆପଣଙ୍କ ଏହି ସମସ୍ୟାକୁ ଏକଦମ୍ ଦୂର କରିଦେବ। ଏଥିରେ ଆପଣଙ୍କୁ ନିଜ କାଗଜପତ୍ରକୁ ଧରିକି ବୁଲିବାର ଆବଶ୍ୟକତା ନାହିଁ। ଏବଂ ଏହାଦ୍ୱାରା ଆପଣଙ୍କ ଡକ୍ୟୁମେଣ୍ଟସ ବି ସେଫ ରହିବ। ତେବେ ଅଧିକାଂଶ ଲେରକ ଏହି ଡିଜିଲକର ଆପକୁ ବ୍ୟବହାର କରୁଛନ୍ତି କିନ୍ତୁ ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଏବେବି ଜାଣିନାହାଁନ୍ତି ଡିଜିଲକରରେ କେମିତି ନିଜ ଡକ୍ୟୁମେଣ୍ଟସକୁ ରଖିବେ ଏବଂ କେମିତି ଆକାଉଣ୍ଟ ଖୋଲିବେ। ଖାସ କରି ସେଇଥିପାଇଁ ଆଜି ଆମେ ଆଣିଛୁ ଏହି ଭିଡିଓ। ଯେଉଁଥିରେ ଆପଣ ପାଇପାରିବେ ଡିଜିଲକରକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯଦି ଆପଣ ଡିଜିଟାଲୀ ମିଳୁଥିବା ଲକରର ସୁବିଧାକୁ ବ୍ୟବହାର କରିବେ, ତାହେଲେ ଆପଣଙ୍କୁ ଏହିସବୁ ଜରୁରୀ ଡକ୍ୟୁମେଣ୍ଟ ହଜିଯିବାର ଭୟ ରହିବନାହିଁ। ସେଥିପାଇଁ ଏହି ସୁବିଧାକୁ ଡିଜିଲକର (DigiLocker) ନାମ ଦିଆଯାଇଛି।
ଡିଜିଟାଲ ଲକର (Digital Locker) ବା ଡିଜି ଲକର ( DigiLocker) ଏକ ପ୍ରକାର ଭର୍ଚୁଆଲ ଲକର ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୨୦୧୫ରେ ଲଞ୍ଚ କରିଥିଲେ। ଡିଜିଟାଲ ଇଣ୍ଡିଆ ଅଭିଯାନ ଅନୁଯାୟୀ ଡିଜିଲକରକୁ ଆରମ୍ଭ କରାଯାଇଥିଲା। ଏଥିରେ ଆପଣ ଆପଣଙ୍କର ପାନ୍ କାର୍ଡ, ଡ୍ରାଇଭିଙ୍ଗ୍ ଲାଇସେନ୍ସ, ଭୋଟର ଆଇଡି କାର୍ଡ ଆଦିକୁ ସୁରକ୍ଷିତ ରଖିପାରିବେ। ଏଥିରେ ଆକାଉଣ୍ଟ ବନାଇବା ପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ଥିବା ଜରୁରୀ। DigiLocker ସାହାଯ୍ୟରେ ଆପଣ ନିଜର କୌଣସି ବି ଜରୁରୀ ଏବଂ ସରକାରୀ ପ୍ରମାଣ ପତ୍ରକୁ ସେଫଲୀ ରଖିପାରିବେ। ଏହାଛଡା ଯଦି ଆପଣ ଏହି ଲକରର ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ହାର୍ଡ କପି ମଧ୍ୟ ରଖିବାର ଆବଶ୍ୟକ ପଡିବନାହିଁ।
ଡିଜିଲକର ଆପକୁ ଆପଣ ସହଜରେ ଆଣ୍ଡ୍ରଏଡ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ।
ଡକ୍ୟୁମେଣ୍ଟ କେମିତି ସେଭ୍ କରିବେ?
ନିଜ ଡକ୍ୟୁମେଣ୍ଟକୁ DigiLockerରେ ସେଭ କରିବା ପାଇଁ ଆପଣଙ୍କୁ ନିଜ ସମସ୍ତ ଡକ୍ୟୁମେଣ୍ଟସକୁ ସ୍କାନ କରିବାକୁ ହେବ। ଯଦି ଆପଣ ଚାହିଁବେ ତ ନିଜ ଡକ୍ୟୁମେଣ୍ଟର ଏକ କ୍ଲିୟର ଫଟୋ ମଧ୍ୟ କ୍ଲିକ କରିପାରିବେ, ଯାହାକୁ ଆପଣ ଡିଜିଲକରରେ ସେଭ୍ କରିପାରିବେ।
ମୋ ସେବା କେନ୍ଦ୍ର-୭୦୦୮୬୭୯୧୫୪
ଭୈରବ ସାହୁ , ତାରାପୁର
Add a review